ଊନବିଂଶ ଦିବସୀୟ ସହଭୋଜି (#15631)

ଊନବିଂଶ ଦିବସୀୟ ସହଭୋଜି

*ତୁମମାନଙ୍କ ପାଇଁ ପ୍ରତି-ମାସରେ ଥରେ ସହଭୋଜି ପାଳନ କରିବାକୁ ନିର୍ଦ୍ଧାରଣ କରାଯାଇଛି । ଯଦିଓ ଏହା କେବଳ ଜଳଯୋଗ ଦ୍ୱାରା ମଧ୍ୟ ପାଳିତ ହୋଇପାରେ । ସ୍ୱୟଂ ଈଶ୍ୱର ବାସ୍ତବିକ, ମନୁଷ୍ୟମାନଙ୍କ ହୃଦୟସମୂହକୁ ଏକତ୍ରିତ କରିବା ପାଇଁ ଉଶ୍ୟେ ରଖିଅଛନ୍ତି, ଯଦିଓ ଏହା ର୍ମ୍ୟ ତଥା ସ୍ୱର୍ଗସମୂହରେ ଥିବା ପ୍ରତିଟି ବିଭବ ଆବଶ୍ୟକ କରିଥାଏ । 
 *- ବାହଓଲ୍ଲହ୍


 
ହେ ପରମେଶ୍ୱର ! ଯେଉଁ ଉପାଦାନଗୁଡ଼ିକୁ ଆନୈକତାର କାରଣ ହୋଇଥାଏ, ସେଗୁଡ଼ିକୁ ଦୂରୀଭୂତ କରିଦିଅ ଏବଂ ଆମ ପାଇଁ ସେହି ସମସ୍ତ ବିଷୟ ପ୍ରସ୍ତୁତ କରିଦିଅ, ଯେଉଁଗୁଡ଼ିକ ଏକତା ତଥା ସମନ୍ୱୟର କାରଣ ହୋଇଥାଏ । ହେ ପରମେଶ୍ୱର ! ଆମ ଉପରେ ସ୍ୱର୍ଗୀୟ ସୌଗନ୍ଧ ବର୍ଷଣ କର ଏବଂ ଏହି ସଭାସ୍ଥଳକୁ ଏକ ସ୍ୱର୍ଗୀୟ ସଭାସ୍ଥଳରେ ପରିଣତ କର । ଆମ୍ଭମାନଙ୍କ ପାଇଁ ପ୍ରତିଟି ଉପକାର ତଥା ପ୍ରତିଟି ଖାଦ୍ୟ ମଞ୍ଜୁର କର । ଆମ୍ଭମାନଙ୍କ ପାଇଁ ଦିବ୍ୟ ପ୍ରେମର ସ୍ୱର୍ଗୀୟ ଖାଦ୍ୟ ପ୍ରସ୍ତୁତ କର । ଆମ୍ଭମାନଙ୍କୁ ଦିବ୍ୟ ଜ୍ଞାନର ସ୍ୱର୍ଗୀୟ ଖାଦ୍ୟ ପ୍ରଦାନ କର । ଆମ୍ଭମାନଙ୍କ ଉପରେ ଦିବ୍ୟୋଜ୍ଜ୍ୱଳ ସ୍ୱର୍ଗୀୟ ଖାଦ୍ୟ ଦାନ କର ।

-`Abdu'l-Bahá
-----------------------

